ଉପକ୍ରମ

 

ଓଡିଆ ଶବ୍ଦକୁଟୁମ୍ବ ହେଉଛି ଏକ ଅନ୍‌ଲାଇନ୍‌ ଶବ୍ଦ ସମ୍ବନ୍ଧୀୟ ରିସୋର୍ସ | ଏହା ଏକ ପାରମ୍ପରିକ ଶବ୍ଦକୋଷଠାରୁ ଅନେକ ଭାବରେ ଅଧିକ | ଏହା ଏକ ଶବ୍ଦକୋଷ ତଥା ଥେସାରସର ସମିଶ୍ରଣ ଏବଂ ଏଥିରେ ଆହୁରି ଅନେକ କଥା ରହିଛି | ଗୋଟିଏ ଶବ୍ଦର ବିଭିନ୍ନ ଦୃଷ୍ଟିକୋଣକୁ ବିଚାରକରି ଏହା ଶବ୍ଦଟି ବିଷୟରେ ତଥ୍ୟ ଦେଇଥାଏ ଏବଂ ଶବ୍ଦଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କକୁ ମଧ୍ୟ ଏହା ସୂଚିତ କରେ |

 

ଜଣେ ୟୁଜର/କମ୍ପ୍ୟୁଟର ବ୍ୟବହାରକାରୀ ଗୋଟିଏ ଓଡିଆ ଶବ୍ଦକୁ ସର୍ଚ କରି ତାର ଅର୍ଥ ଖୋଜି ପାଇ ପାରିବେ | ଏଥି ସହିତ ଏହା ସର୍ଚ କରାଯାଇଥିବା ଶବ୍ଦର ବିଶେଷ୍ୟ, କ୍ରିୟା, ବିଶେଷଣ କିମ୍ବା ସର୍ବନାମ ଆଦି ବ୍ୟାକରଣଗତ ବିଭାଗୀକରଣ କରିଥାଏ | ଗୋଟିଏ ଶବ୍ଦ ଏକାଧିକ ବ୍ୟାକରଣଗତ ବିଭାଗର ଅନ୍ତର୍ଭୁକ୍ତ ହୋଇପାରେ ଏବଂ ଗୋଟିଏ ବିଭାଗରେ ଥାଇ ବିଭିନ୍ନ ଅର୍ଥ ମଧ୍ୟ ପ୍ରକାଶ କରିପାରେ ଏବଂ  ସର୍ଚ କରାଯାଉଥିବା ଶବ୍ଦଟିପାଇଁ ଏହି ବିଭାଗ ଏବଂ ଅର୍ଥଗୁଡ଼ିକ ପ୍ରଦର୍ଶିତ ହୋଇଥାଏ |

 

ପ୍ରତ୍ୟେକ ଶବ୍ଦାର୍ଥର ବିଭାଗୀକରଣ ବ୍ୟତୀତ ଗୋଟିଏ ଓଡ଼ିଆ ଶବ୍ଦପାଇଁ ନିମ୍ନଲିଖିତ ତଥ୍ୟଗୁଡ଼ିକ ଓଡ଼ିଆ ଶବ୍ଦକୁଟୁମ୍ବ ମାଧ୍ୟମରେ ଉପଲବ୍ଧ ହୋଇଥାଏ

୧- ଶବ୍ଦର ଅର୍ଥ

୨- ଶବ୍ଦଟି ବ୍ୟବହାରକରି ଉଦାହରଣ

୩- ସମାର୍ଥବାଚକ ଶବ୍ଦ(ଏକ ପ୍ରକାର ଅର୍ଥ ଥିବା ଶବ୍ଦ)  

୪- ଶ୍ରେଣୀବିଭକ୍ତୀକରଣ ବିଷୟକ ସଂପୂର୍ଣ୍ଣ ତଥ୍ୟ

୫- ଅର୍ଥଗତ ଏବଂ ଶବ୍ଦଗତ ସମ୍ବନ୍ଧ

 

WordNet ବିଷୟରେ ଅଧିକ ତଥ୍ୟପାଇଁ ଶବ୍ଦକୁଟୁମ୍ବ ସଂପର୍କରେ  ଉପରେ କ୍ଲିକ୍ କରନ୍ତୁ |

 

ଆମର ଏହି ୱେବସାଇଟ Aprant fontପାଇଁ Unicode ବ୍ୟବହାର କରେ | ତେଣୁ ଆପଣ ଯଦି ଗୁଡ଼ିକ ଠିକ୍ ଭାବେ ଦେଖିବାଉ ଚାହାନ୍ତି, ତାହେଲେ ଆପଣଙ୍କୁ ଆପଣଙ୍କ କଂପ୍ୟୁଟରରେ Unicode support ବା Aprant Unicodeକୁ install କରିବାକୁ ହେବ | ଏଥିପାଇଁ ଆପଣ ଦୟାକରି www.aparts.org କୁ ଯାଇ Aprant Unicodeକୁ download ଏବଂ install କରିପାରିବେ |

 

ଏହି websiteର ଉନ୍ନତିପାଇଁ ଆପଣଙ୍କ ଟିପ୍ପଣୀ, ମତାମତ ଆଦିର ଉଚ୍ଚ ପ୍ରଶଂସା କରାଯିବ |  ଆପଣ ଦୟାକରି ଆପଣଙ୍କ ମତାମତ ଏଠାରେ ଦିଅନ୍ତୁ |